ଆଜି ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପ ତରଫରୁ ରେଙ୍ଗାଲି ନିକଟସ୍ଥ ବିରାଜ ଷ୍ଟିଲ ଓ ଏନରଜି ଠାରେ ଏକ ବିଶାଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ସର୍ବମୋଟ 105 ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହୋଇଥିଲା । ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପର ସଭାପତି କରୁଣାକର ବିଶ୍ୱାଳ, କର୍ମକର୍ତI କେ.ସାଇପ୍ରସIଦ ରାଓ, ଯୋସେଫ ପ୍ରଧାନ, ପ୍ରତିମା ପ୍ରଧାନ , ଝୁନୀ ପଣ୍ଡା, ,ଗୀତାଞ୍ଜଳି ମହାପାତ୍ର ଏବଂ ମନୋଜ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ