ଅନ୍ନ ପ୍ରାସନ୍ନ ଅବସରରେ ରକ୍ତଦାନ ଶିବିର ୩୧ ୟୁନିଟ ରକ୍ତ ସଂଗୃହୀତ | ସୋମବାର ସନ୍ଧ୍ୟା 5 ଘଣ୍ଟା ସମୟରେ ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଲିପାଲି ଗ୍ରାମ ଭାରତୀ ବାରିକ ଓ ଧର୍ମେନ୍ଦ୍ର ବାରିକଙ୍କ ସୁପୁତ୍ର ଡିଲେଶ୍ୱରର ଶୁଭ ଅନ୍ନ ପ୍ରାସନ୍ନ ଅବସରରେ ବାରିକ ପରିବାର ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଭାରତୀ ବାରିକ ଓ ଧର୍ମେନ୍ଦ୍ର ବାରିକ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ ।