ବସ୍ତା: ପଥଚାରୀଙ୍କୁ ଧକ୍କା ଦେଲା ବାଇକ ୨ ଜଣ ଗୁରୁତର, ଘଟଣା ଘଟିଛି ଗୁଡିଖାଳ ଛକ ନିକଟରେ
ଆଜି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଗୋଡ଼ିଖାଳ ଛକ ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିକୁ ଗୋଟିଏ ବାଇକ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଜଣେ ବାଇକ(ଡ଼ବ୍ଲ୍ୟୁ ୧୧ଜେ ୦୭୨୬) ଆରୋହୀ ବାଲେଶ୍ବରରୁ କଲିକତା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଉକ୍ତ ଛକ ନିକଟରେ ଛିଡ଼ାହୋଇଥିବା ଜୈନିକ ପଥଚାରୀଙ୍କୁ ଧକ୍କା ଦେଇଥିଲେ। ଫଳରେ ଦୁହେଁ ଦୂରକୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଜାତୀୟ ରାଜପଥ ପହରା ପୁଲିସ ପହଞ୍ଚି ଗୁରୁତର ଦ୍ବୟଙ୍କୁ ବସ୍ତା ହସ୍ପିଟାଲକୁ ପଠାଇବା ସହ ବାଇକଟିକୁ ଅମର୍ଦ୍ଦାରୋଡ଼ ଫ