ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଳକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସମର୍ଥ୍ୟା ମେଳା ଅନୁଷ୍ଠିତ
ଖୋର୍ଦ୍ଧା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୩୧୦ ଜଣ ଦିବ୍ୟାଙ୍ଗ ପଞ୍ଜିକୃତ କରିଥିଲା ବେଳେ ତନ୍ମଧ୍ୟରୁ ୨୧୭ ଜଣ ଙ୍କୁ କମ୍ପ୍ୟୁଟର କରଣ ପ୍ରମାଣପତ୍ର ପାଇଁ ବ୍ୟବସ୍ଥା କରାଯାଇଛି। ।ବ୍ଲକର ୨୨ ଟି ପଞ୍ଚାୟତ ଓ ଖୋର୍ଦ୍ଧା ପୌର ପରିଷଦର ୨୨ ଟି ୱାର୍ଡର ଦିବ୍ୟାଙ୍ଗ ମାନେ ଏହି ଶିବିରରେ ପହଞ୍ଚିଥିଲେ । ପ୍ରମାଣପତ୍ର ପାଇଥିବା ଦିବ୍ୟାଙ୍ଗ ମାନେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ର ଲାଭ ଉଠାଇବା ସହ ଦିବ୍ୟାଙ୍ଗ ଭତ୍ତା, ଦିବ୍ୟାଙ୍ଗ ଋଣ ,ବସ ,ଟ୍ରେନ ପାସ,ଇତ୍ୟାଦି ସୁବିଧା ପାଇପାରିବେ ।