ରାଉରକେଲାରେ ଇଣ୍ଡିଆ ୱାନର ବିମାନ ଦୁର୍ଘଟଣା ପରେ ଭୟଭୀତ ଯାତ୍ରୀ। ଆଗକୁ ବିମାନ ଯାତ୍ରା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ଜୟପୁର ବିମାନ ବନ୍ଦରରେ ଇଣ୍ଡିଆ ୱାନର ବିମାନ ଉପରେ ନିର୍ଭରଶୀଳ ଥିବା ବେଳେ ଜୟପୁର ଠାରୁ ଡବଲ ଇଞ୍ଜିନ ବିମାନ ଚଳାଚଳ କରିବାକୁ ଆଜି ସନ୍ଧ୍ୟା ୫ଘଣ୍ଟା ସମୟରେ କୋରାପୁଟରେ ସରକାରଙ୍କୁ ଅନୁରୋଧ କରିଛନ୍ତି ଆଇନଜୀବୀ ଅଜିତ ପାତ୍ର।