ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ ସୁନାପସି ଗ୍ରାମ ଦୋବାମୁଣ୍ଡା ସାହିରେ ମୁଣ୍ଡା ସମାଜ ମଣ୍ଡପ ରବିବାର ସନ୍ଧ୍ୟା ପ୍ରାୟ 7 ଟାରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଏବଂ ସମ୍ମାନୀତ ଅତିଥି ଭାବେ ବସାଲଇ ସରପଞ୍ଚ ତେଜସ୍ବିନୀ ସାହୁ ଯୋଗଦେଇ ଫିତାକାଟିବା ସହିତ ଫଳକ ଉନ୍ମୋଚିତ କରି ମଣ୍ଡପର ଉଦଘାଟନ କରିଥିଲେ। ଏହି ଅବସରରେ ଗ୍ରାମବାସୀଙ୍କ ତରଫରୁ ଏକ୍ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ମଣ୍ଡପରେ ମୁଣ୍ଡା ସମାଜ ଲୋକଙ୍କର ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ବୋଲି ବିଧାୟକ ପ୍ରକାଶ କରିଥିଲେ।