ସମ୍ୱଲପୁର ଜିଲା ସମବାୟ ବିଭାଗ ପକ୍ଷରୁ, ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ୱଲପୁର ଠାରେ ଆନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ଅବସରରେ ଜିଲା ସ୍ତରୀୟ ସମାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଏହି କାର୍ଯ୍ୟକ୍ରମରେ ସମ୍ୱଲପୁର ସମବାୟ ବିଭାଗର ସମସ୍ତ କର୍ମଚାରୀ, ପେକ୍ସ / ଲ୍ୟାମ୍ପସ ଏବଂ ସମ୍ୱଲପୁର ଜିଲା ସମବାୟ କେନ୍ଦ୍ର ବ୍ୟାଙ୍କର କର୍ମଚାରୀ ମାନଙ୍କ ସହିତ ଅନ୍ୟାନ୍ୟ ସମବାୟ ସମିତିର କର୍ମଚାରୀ ତଥା ଅଧିକାରୀ ମାନେ ଉପସ୍ଥିତ ଥିଲେ ।