ମହା ନଗର ନିଗମ ଅନ୍ତର୍ଗତ ପିଏଚଡ଼ି ପଡିଆ ଜନତାଙ୍କୁ ଆଇନ ପ୍ରତି ସଚେତନ କରିବା ଲକ୍ଷ୍ୟ ନେଇ ଏକ ସହାୟତା ଓ ସଚେତନତା କେନ୍ଦ୍ର ଆଜି ସନ୍ଧ୍ୟା 6ଟାରେ ଉଦଘାଟିତ ହୋଇଯାଇଛି । ଜିଲା ଜଜ ତଥା ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ପ୍ରଜ୍ଞା ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ମାନଙ୍କ ସହିତ ପାରା ଲିଗାଲ କର୍ମଚାରୀ ଓ ଜିଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।