ବରୀ ରାମଚନ୍ଦ୍ରପୁର: କନ୍ତିଆ ଗଁରେ ଅଘଟଣ,ଖରସ୍ରୋତା ନଦୀରେ ଗାଧେଇବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର,ସ୍ଥାନୀୟ ଲୋକେ ଆତଙ୍କ
କନ୍ତିଆ ଗଁରେ ଅଘଟଣ,ଖରସ୍ରୋତା ନଦୀରେ ଗାଧେଇବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର,ସ୍ଥାନୀୟ ଲୋକେ ଆତଙ୍କ,ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ l ସୂଚନା ଅନୁଯାୟୀ ବରୀ ବ୍ଲକ ବୋଡୁଅ ପଂଚାୟତ କନ୍ତିଆ ଗାଁର ଜନୈକା ମହିଳା ଖରସ୍ରୋତା ନଦୀ କୂଳରେ ଗାଧୋଉ ଥିଲେ l ଏହି ସମୟରେ ପାଣି ଭିତରେ କିଛି ଶବ୍ଦ ହେବା ଶୁଣି ଗ୍ରାମବାସୀ ଧାଇଁ ଆସିଥିଲେ l ତେବେ ମହିଳା ଙ୍କୁ ଏକ କୁମ୍ଭୀର ଟାଣି ନେଉଥିବାକୁ ଦେଖି ତାଙ୍କ ପରିବାର କୁ ଖବର ଦେଇଥିଲେ l ସେପଟେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l