ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବରମୁଣ୍ଡା ପୁରୁଣା ବସ ଷ୍ଟାଣ୍ଡରେ ଯୁବକଙ୍କ ଉପରେ ଚଢିଗଲା ଟ୍ରକ; ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ
ବରମୁଣ୍ଡା ପୁରୁଣା ବସ ଷ୍ଟାଣ୍ଡରେ ଯୁବକଙ୍କ ଉପରେ ଚଢିଗଲା ଟ୍ରକ | ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ | ମୃତ ଯୁବକ ହେଉଛନ୍ତି ଭିମ ସିଂ, ଘର କେନ୍ଦୁଝର ହୋଇଥିବା ବେଳେ ସେ ଭୁବନେଶ୍ୱର ବରମୁଣ୍ଡା ଠାରେ ଭଡା ରେ ରହୁଥିଲେ | ସୂଚନା ଅନୁସାରେ ନିଶାସକ୍ତ ଅବସ୍ଥାରେ ଡ୍ରାଇଭର ଯୁବକଙ୍କ ଉପରେ ଟ୍ରକ ଛଡେଇ ଦେଇଥିବା ସୂଚନା ତେବେ ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭର କୁ ପୋଲିସ ର ଜିମା ଦେଇଛନ୍ତି | ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ଯାହା ସୂଚନା ରହିଛି ଶବ ଜବତ କରି କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷଣ ଗୃହ ରେ ରଖିବ ପୋଲିସ ପରିବାର ଲୋକଙ୍କ ଉପସ୍ଥିତି ରେ ଶବ ବ୍ୟବଛେଦ ହେବ |