ନବରଙ୍ଗପୁର ପୋଲିସ ଷ୍ଟେସନ: ବାଣିଆ ଗାଁରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବ ଚାଷୀ ମୃତ
ବାଣିଆ ଗାଁରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବ ଚାଷୀ ମୃତ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ନିଶିନାହାଣ୍ଡି ପଂଚାୟତ ଅନ୍ତର୍ଗତ ବାଣିଆ ଗ୍ରାମରେ ଏକ ଦୁଖଦଃ ଘଟଣା ଘଟିଛି । ଚାଷ ଜମିକୁ ଯାଇଥିବା ଜଣେ ଯୁବ ଚାଷୀ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ଯୁ ବରଣ କରିଛନ୍ତି। ଯୁବକ ଜଣଙ୍କ ବଣିଆ ଗ୍ରାମର କମଳୁ ନାୟକ(୩୫) ବୋଲି ଜଣାପଡିଛି । ଏହି ଦୁଖଦଃ ଘଟଣା କୁ ନେଇ ବଣିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।