ଅନୁଗୋଳ: ପଞ୍ଚ ମହଲା ଛକ ନିକଟରେ ଶଳା ଭୁଜାଲି ଚୋଟରେ ଭେଣେଇ ଗୁରୁତର
Anugul, Angul | Oct 21, 2025 ଅନୁଗୋଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁ ରେ ଘଟିଛି ଅଘଟଣ।ଶଳା ଭୁଜାଲି ମାଡ଼ ରେ ଭେଣେଇ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଗୁରୁତର ଭେଣେଇ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁ ଅନ୍ତର୍ଯ୍ୟାମି ବେହେରା ଙ୍କ ପୁଅ ଲିଟୁ ବେହେରା (୨୫)। ସୂଚନା ଯେ, ଗତ ୬ ବର୍ଷ ତଳେ ପଞ୍ଚମହଲା ଗାଁ ଅନିଲ ବେହେରା ଙ୍କ ଭଉଣୀ ଙ୍କୁ ଲିଟୁ ବେହେରା ବାହାଘର ହୋଇଥିଲେ। ପୁରୁଣା ରାଗ ରଖି ଆଜି ସନ୍ଧ୍ୟା ୭ ଘଟିକା ବେଳେ ଲିଟୁ ପଞ୍ଚମହଲା ଛକ ନିକଟରେ ଥିବା ଏକ ଦୋକାନ ଛିଡା ହୋଇଥିବା ବେଳେ ଅନିଲ ଏବଂ ଚେଞ୍ଚୁ ବେହେରା ଆସି ଏକ ଭୁଜାଲି ରେ ଆକ୍ରମଣ କରି ପଳାଇ ଯାଇଥି