ଭୋଗରାଇ: ନେଗୁଆ ଛକ ନିକଟରେ ସ୍ୱାଧୀନତା ସଂଗ୍ରାମୀ ପ୍ୟାରୀମୋହନ ଦାସଙ୍କ ଶ୍ରାଦ୍ଧ ଦିବସ ରେ ମାଲ୍ୟାର୍ପଣ କଲେ ଭୋଗରାଇ ବିଧାୟକ
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭୋଗରାଇର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ୟାରୀମୋହନ ଦାସଙ୍କ ୩୮ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ମାଲ୍ୟାର୍ପଣ କଲେ ଭୋଗରାଇ ବିଧାୟକ ଓ ପ୍ୟାରୀମୋହନ ଦାସ ଫାଉଣ୍ଡେସନ ର ସଭାପତି ଅପର୍ଣ୍ଣା ଦାସ ମହାପାତ୍ର ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କଖଡ଼ା ପଞ୍ଚାୟତ ଅନ୍ତର୍ଗତ ତଲାଡ଼ି ଗ୍ରାମରେ ପ୍ରଥିତଯଶା ରାଷ୍ଟ୍ର ନାୟକ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ପ୍ୟାରୀ ମୋହନ ଦାସଙ୍କ ୩୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି ।