ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମଙ୍ଗଳପୁର ଅଞ୍ଚଳରେ ଗୁରୁବାର ସନ୍ଧ୍ୟା ସମୟରେ ଜଙ୍ଗଲି ଶିଆଳ ଆକ୍ରମଣରେ ସ୍ଥାନୀୟ ବାସିନ୍ଦା ଅନେକ ଆହତ ହୋଇଥିଲେ । ସମସ୍ତଙ୍କୁ ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ଧର୍ମଶାଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଗୁରୁବାର ରାତି 9 ଘଟିକା ସମୟରେ ଦେଖିବାକୁ ମିଳିଛି ।