ରେମେଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବରେଇପାଲି ଥାନା ରେମେଡରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣକ ମୃତ୍ୟୁ ଘଟିଛି। ରାସ୍ତା ପାର ହେଉଥିବେ ଏକ ଅଜଣା ଗାଡ଼ି ଜଣେ ବ୍ୟକ୍ତିଙ୍କୁ ଚାପି ଦେଇ ଫେରାର ହୋଇ ଯାଇଛି। ରାସ୍ତା ଉପରେ ବ୍ୟକ୍ତିଙ୍କ ଶରୀର ପୁରା ଚାପି ଲାଗି ଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚଛି। ଖବର ଲେଖିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରିନାହିଁ।