ଆନନ୍ଦପୁର: ଜଳକଳଙ୍ଗ ପୋଖରୀରେ ବୁଡି ୮ମ ଶ୍ରେଣୀ ଛାତ୍ରର ମୃତ୍ୟୁ
ନନ୍ଦିପଦା ଥାନା ଜଳକଳଙ୍ଗ ପୋଖରୀରେ ବୁଡି ଜଣେ ୮ମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ଵିଷ୍ଣୁପୁର ଗ୍ରାମର ସୁରେଶ ଜେନାଙ୍କ ପୁଅ ସାଇରଞ୍ଜନ। ସେ ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର ଥିଲେ, ଜଳକଳଙ୍ଗ ଠାରେ ଥିବା ଏକ କୋଚିଂ ସେଣ୍ଟରରେ ରହି ପଢ଼ୁଥିବା ବେଳେ ୩ଜଣ ଛାତ୍ର ଦିନ୧୧ଟା ବେଳେ ଏକାଠି ଗାଧୋଇବାକୁ ଯାଇଥିବା ବେଳେ ସାଇ ରଞ୍ଜନ ପାଣିରେ ବୁଡ଼ିଯାଇଥିଲା। ଖବର ପାଇ ହାଟଡିହି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଅନେକ ଖୋଜା ଖୋଜି କରିବା ପରେ ଛାତ୍ରକୁ ଉଦ୍ଧାର କରି ପ୍ରଥମ ହାଟଡିହି ଓ ପରେ ଆନନ୍ଦପୁର ଡାକ୍ତରଖାନାକୁ ନେଇଥିଲେ।