ଲାଞ୍ଜିଗଡ: ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତା ପାଇଁ ଥୁଆମୁଳ ରାମପୁର ପୁଲିସ ଥାନା ପକ୍ଷରୁ ଆୟୋଜିତ ହେଲା ମାରାଥନ
ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ପୁଲିସ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତା ପାଇଁ ମାରାଥନ୍ ଦୌଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତହସିଲ କାର୍ଯ୍ୟାଳୟ ଠାରୁ ଡିଗ୍ରୀ କଲେଜ ପର୍ଯ୍ୟନ୍ତ ଏହି ମାରାଥନ ଆୟୋଜିତ ହୋଇଥିଲା।