ବଡ଼ମାଲ ଅଂଚଳରୁ ମୋବାଇଲ ଚୋରି ଅଭିଯୋଗରେ ଜଣେ ଯୁବକ ଗିରଫ l ଗିରଫ ଅଭିଯୁକ୍ତ ଜଣକ ବାଲେଶ୍ୱର ବସ୍ତା ଅଞ୍ଚଳର ଅଭୟ କୁମାର ନାଏକ ବୋଲି ବଡ଼ମାଲ ପୋଲିସ ସୂଚନା ଦେଇଛି l ସୂଚନା ଅନୁଯାୟୀ ନୀତେଶ ମଣ୍ଡଳ ନାମକ ଯୁବକ ଇଂଷ୍ଟାକାର୍ଟ କମ୍ପାନୀରେ ଡେଲିଭେରୀ ବଏ ଭାବେ କାମ କରୁଛନ୍ତି l ଗତ ଶନିବାର ଦିନ ବେଦାନ୍ତ ଗେଟ ନିକଟରେ ଥିବା ଆରଏସ ମୋବାଇଲ ଦୋକାନରେ ସିପମେଣ୍ଟ ବ୍ୟାଗକୁ ରଖି ଦୋକାନ ମାଲିକଙ୍କ ସହ ଆଲୋଚନା କରିଥିଲେ l ଆଲୋଚନା ପରେ ବଡ଼ମାଲ ସ୍ଥିତ ଇଂଷ୍ଟାକାର୍ଟ କମ୍ପାନୀ କାର୍ଯ୍ୟାଳୟକୁ ସେ ଫେରିଥିଲେ l ଫେରିବା ପରେ ଦେଖିଲେ ସିପମେଣ୍ଟ ବ୍ୟାଗରୁ ଦୁଇଟି ମୋବାଇଲ ଚୋରି ହୋଇଯାଇଛି l