ମଙ୍ଗଳବାର ଭୋର ସମୟରେ ରାଉରକେଲା କୋଏଲ ନଗର ଅଞ୍ଚଳରେ ଏକ ଗୋଠ ଛଡା ଦନ୍ତା ହାତୀ ପଶି ଜଣେ ମହିଳାଙ୍କୁ ଦଳି ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ୍ୟୁବରଣ କରିଛନ୍ତି। ମୃତକ ହେଉଛନ୍ତି କୋଏଲ ନଗର ସି ୮୩ରେ ରହୁଥିବା ପୂର୍ଣ୍ଣିମା ଦସ୍ତିଦାର(୭୯)। ଏ ନେଇ ମୃତକଙ୍କ ଝିଅ କୋଏନା ଦସ୍ତିଦାର ଥାନାରେ ଏତଲା ଦେଇଛନ୍ତି।