ଜୟପୁର ସଦରଥାନା ଅନ୍ତର୍ଗତ ବାଲିଆ ଗ୍ରାମରେ ହୋଇଥିବା ଗଣ୍ତଗୋଳ ମାମଲାର ଫେରାର ଅଭିଯୁକ୍ତକୁ ଆଜି ସଦରପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଆଜି ରାତ୍ର 8ଟା ସମୟ ଗଣ ମାଧ୍ୟ୍ୟମକୁ ସୂଚନା ଦିଆଯାଇଛି l ଗିରଫ ଅଭିଯୁକ୍ତ ଜଣକ ହେଲା ବାଲିଆ ଗ୍ରାମର ରାଜେନ୍ଦ୍ର ହରିଜନ। ଗତ ୨୦୨୪ ମସିହାର ସେହି ଗ୍ରାମର ଜଣେ ବ୍ୟକ୍ତିକୁ ଆକ୍ରମଣ କରିଥିବା ଅଭିଯୋଗରେ ଫେରାର ଥିବା ବେଳେ ଆଜି ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।