ଆର୍ଥିକ ସାକ୍ଷରତା ଓ ଆନ୍ତର୍ଭୁକ୍ତିକରଣ ଶିବିର ଜିଲ୍ଲା ଆର୍ଥକ ସେବା ଓ ସଞ୍ଚୟ ବିଭାଗ ବୌଦ୍ଧ ପକ୍ଷରୁ ପଲଶାଗୋରା ପଞ୍ଚାୟତ ଠାରେ ଆର୍ଥକ ସାକ୍ଷରତା ଓ ଆର୍ଥକ ଅନୁର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅତିଥୂ ଭାବେ ଜି. ପି.ଏଲ୍ ପ୍ରେସିଡେଣ୍ଟ ନାରାୟଣୀ ପାଣିଗ୍ରାହି, ସବ୍- ପୋଷ୍ଟ ଅଫିସର ବାଘିଆବାହଲ ଅଭିମନ୍ୟୁ ଦନ୍ତା, ଫିଲଡ଼ ଅଫିସର ଏସ. ବି. ଆଇ ମନମୁଣ୍ଡା ରାଜେଶ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧୂକାରି କୁମାରୀ ଧରିତ୍ରୀ ପ୍ରଧାନ ପ୍ରାକ୍ ସୂଚନା ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ I