ଝାରସୁଗୁଡା: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝାରସୁଗୁଡା ଗସ୍ତ କାର୍ଯ୍ୟକ୍ରମ ପରେ ତାଙ୍କ ପୋଷ୍ଟର ବେନର ଧରି ଲୋକଙ୍କ ଯିବା ଭିଡିଓ ଭାଇରାଲ
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝାରସୁଗୁଡା ଗସ୍ତ କାର୍ଯ୍ୟକ୍ରମ ପରେ ତାଙ୍କ ପୋଷ୍ଟର ବେନର ଧରି ଲୋକଙ୍କ ଯିବା ଭିଡିଓ ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି l ଆଜି ରବିବାର ସକାଳ ୧୦ ଟା ରୁ ରାତି ୮ ଟା ମଧ୍ୟରେ ଏହି ଭିଡିଓ ବେଶ ଭାଇରାଲ ହେବା ସହ ଝାରସୁଗୁଡା ଜିଲ୍ଲାରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି l ଗତକାଲି ଝାରସୁଗୁଡା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ଖୁବ ଜୋର ରେ ବର୍ଷା ହୋଇଥିଲା l ବର୍ଷା ରୁ ରକ୍ଷା ପାଇବା ପାଇଁ ଲୋକେ ବଡ଼ ବଡ଼ ବ୍ୟାନର ପୋଷ୍ଟର ମୁଣ୍ଡ ଉପରେ ରଖି ଘର ଅଭିମୁଖେ ଯାତ୍ରା କରିଥିଲେ l