ତିର୍ତ୍ତୋଲ: ବରାହପୁର ନିକଟରୁ ଗିରଫ ହୋଇଥିବା ଚୋରା ମଦ ବେପାରୀକୁ ଆଜି କୋର୍ଟ ଚାଲାଣ କଲା ବିରିଡି ପୋଲିସ
ବରାହପୁର ନିକଟରୁ ଗିରଫ ହୋଇଥିବା ଚୋରା ମଦ ବ୍ୟବସାୟୀକୁ ଆଜି କୋର୍ଟ ଚାଲାଣ କରିଛି ବିରିଡି ପୋଲିସ। ସୂଚନା ଅନୁଯାୟୀ ଗତକାଲି ବରାହପୁର ନିକଟରେ ଚୋରା ମଦ କାରବାରରେ ସମ୍ପୃକ୍ତ ଅଭିଯୁକ୍ତ ଅଜୟ କୁମାର ଭୋଇକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୋଲିସ। ଆଜି ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଅପରାହ୍ନ ସମୟରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି।