ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଟାଉନ ହଲ ଠାରେ ବୁଧବାର ଦିନ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଲା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ,ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇଥିଲେ। ଉକ୍ତ ସରକାରୀ କାର୍ଯ୍ୟକ୍ରମ ରେ କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ ଙ୍କୁ ନିମନ୍ତ୍ରଣ ଦିଆଯାଇଥିମେ ମଧ୍ୟ ଜାତିଆଣ ଭେଦଭାବ ଯୋଗୁଁ ତାଙ୍କୁ ମଞ୍ଚରେ ସ୍ଥାନ ଦିଆଯାଇ ନଥିବା ସେ ଅଭିଯୋଗ ଆଣିଥିଲେ। ଏହାକୁ ପ୍ରତିବାଦ ଜଣାଇ ସେ ସଭା ମଞ୍ଚ ସମ୍ମୁଖରେ ତଲେ ଏକ ପଟିଆ ପକାଇ ଧାରଣାରେ ବସି ଯାଇଥିଲେ।