କେନ୍ଦୁଝର ସହର: ବାୟା ପଣ୍ଡାଦର ନିକଟରେ ଟ୍ରକକୁ ଧକ୍କା ଦେଲା ଆଉ ଏକ ଟ୍ରକ, ଚାଳକ ଗୁରୁତର
କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାୟା ପଣ୍ଡାଦର ନିକଟରେ ଆଜି ଏକ ଟ୍ରକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଚାଳକ ଗୁରୁତର ଅବସ୍ଥାରେ ଗାଡି ଭିତରେ ଫସି ରହିଥିବା ବେଳେ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।