କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗର ନିଦେ୍ର୍ଦଶ କ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୁଲ୍ୟରେ ଆଜି ଦିନ ପ୍ରାୟ 1 ଟା ରେ ସମ୍ୱଲପୁରର ଜିଲା ପ୍ରେକ୍ଷାଳୟ ତପସ୍ୱିନୀ ଠାରେ "ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର’ ଶୀର୍ଷକ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ସଂସ୍ଥା ଗୁଡିକରେ ଦାବି ନ ହୋଇ ପଡି ରହିଥିବା ପୁଞ୍ଜିର ତ୍ୱରିତ ଓ ସରଳ ଦାବି ସମାଧାନ ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଶିବିରର ଆୟୋଜନ କରାହୋଇଥିଲା । ସାରା ଦେଶରେ ପ୍ରଥମ ପର୍ଯ୍ୟାୟରେ ୨୫ ଟି ଜିଲା ଓ ଓଡିଶାର ଦୁଇଟି ଜିଲା ମଧ୍ୟରୁ ସମ୍ୱଲପୁର ଜିଲାରେ ଏହି ସଚେତନତା