ଟାଉନ ଥାନା ଅନ୍ତର୍ଗତ ସିଧେଶ୍ୱର ବେର୍ଣ୍ଣା ଅଞ୍ଚଳରେ ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀ ଆହତ l ମିଳିଥିବା ସୂଚନା ଅନୁସାରେ କିଛିଦିନ ହେଲାଣି ସିଧେଶ୍ୱରବେର୍ଣ୍ଣା ଅଞ୍ଚଳରେ ଜଣେ ମହିଲାଙ୍କୁ ତାଙ୍କ ସ୍ୱାମୀ ଝଗଡା କରି ଆସୁଥିଲେ l ଆଜି ମଧ୍ୟ ମହିଳାଙ୍କ ସ୍ୱାମୀ ତାଙ୍କୁ ଏକ ବାଡ଼ିରେ ଆକ୍ରମଣ କରିଥିଲେ l ଯାହାଫଳରେ ମହିଳା ଜଣକ ଆହତ ହୋଇଥିଲେ l ମହିଳାଙ୍କ ସମ୍ପର୍କୀୟ ମନେ ତାଙ୍କୁ ମେଡିକାଲ ରେ ଭର୍ତି କରିବା ସହ ଟାଉନ ଥାନାରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି l ପୋଲିସ ମେଡିକାଲ ପହଞ୍ଚି ତଦନ୍ତ କରିଛି l ସେପଟେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି l