ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଯୋରନ୍ଦା ଶିବମନ୍ଦିର ଠାରେ ବରିଷ୍ଠ ନାଗରିକଙ୍କର ବାର୍ଷିକ ବୈଠକ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ଶିବମନ୍ଦିର ଠାରେ ଆଜି ତା ୯।୧୧।୨୫ ରିଖ ଅପରାହ୍ନ ୨ ଘଣ୍ଟା ସମୟରେ ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଯୋରନ୍ଦା ଶାଖା ଆନୁକୁଲ୍ୟରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଂଘ ସଭାପତି ଦୁର୍ଗା ମାଧବ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଂଘ ସହସଂପାଦକ ବିନାୟକ ଶତପଥି, କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ସାହୁ,,ଯୋଗୀନାଥ ମହାନ୍ତି, ଜିଲ୍ଲା ସଂଯୋଜକ ଅମ୍ବିକା ପ୍ରସାଦ ବରାଳ, ଗଁଦିଆ ସଂଘ ବିପିନ ବିହାରୀ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।