ରବିବାର ସନ୍ଧ୍ୟା ପ୍ରାୟ 6.30ମିନିଟ ରେ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ଭକ୍ତି ସଙ୍ଗୀତର ସ୍ୱରରେ ଭକ୍ତିମୟ ପରିବେଶରେ ଭରିଯାଇଥିଲା। ସହସ୍ରାଧିକ ଭକ୍ତମାନେ ମା’ ସମଲେଶ୍ୱରୀଙ୍କ ଭଜନ ର ଲୟରେ ମଗ୍ନ ହୋଇଥିଲେ। ମନ୍ଦିର ପ୍ରାଙ୍ଗଣରେ ଭଜନ ପରିବେଷଣ ଭକ୍ତି ଓ ଆସ୍ଥାର ଅଲୌକିକ ମାହୋଲ ସୃଷ୍ଟି କରିଥିଲା। ଏହି ଭଜନ ସନ୍ଧ୍ୟାର ଆୟୋଜନ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ଓ କଳାକାର ମାନଙ୍କ ପକ୍ଷରୁ କରାଯାଇଥିଲା। ଟ୍ରଷ୍ଟ ବୋର୍ଡର ସଭାପତି ଶ୍ରୀ ସଞ୍ଜୟ ବାବୁ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଭଜନ ସନ୍ଧ୍ୟାରେ ସମ୍ବଲପୁରର ପ୍ରସିଦ୍ଧ କଳାକାରମାନେ ମା’ଙ୍କ ମହିମାଗାନ କରିଥିଲେ।