ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା ୪ଦିନ ପରେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ ପୋଲିସ କଳାହାଣ୍ଡି ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା ଙ୍କୁ ଲାଞ୍ଜିଗଡ ବ୍ଳକ ପାହାଡ଼ ପଦର ପଞ୍ଚାୟତ କାଞ୍ଚନ ମୁଖି ଗାଁର ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ସୁଧା କୌଣସି ପଦେକ୍ଷପ ନେଇ ନଥିଲା ପୁଲିସ। ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆ ନଗଲେ ଆତ୍ମହତ୍ୟା କରିବି ବୋଲି ପିଡିତା ଚେତାବନୀ ଦେଇଥିଲେ। ୪ଦିନ ପରେ ଅଭିଯୁକ୍ତ ମାନ ମାଝୀ କୁ ଗିରଫ କରି ଲାଞ୍ଜିଗଡ଼ ଥାନା କୁ ସ୍ଥାନାନ୍ତରିତ କରି ଥିଲେ। ଅଭିଯୁକ୍ତ କୁ ଆଜି କୋର୍ଟରେ ଚାଲାଣ କରିଛି ପୁଲିସ।