ଭୋଗରାଇ: ଚଳିତ ମାସ ୩୦ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ତାଳସାରି ସମେତ ୩ ଟି ମତ୍ସ୍ୟ ଅବତରଣ କେନ୍ଦ୍ରରେ ସତର୍କ ସୂଚନା ଦେଲା ମତ୍ସ୍ୟବିଭାଗ
ସମୁଦ୍ର ଅଶାନ୍ତ ପାଇଁ ପୁଣି ସତର୍କ ସୂଚନା । ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ଉଦୟପୁର ତାଳସାରି ରଣସିଂହପୁର କୀର୍ତ୍ତିନିଆରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ପ୍ରବଳ ବର୍ଷା ଓ ପବନ ପାଇଁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ମତ୍ସ୍ୟବିଭାଗ । ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ମନା କରାଯାଇଛି । ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ଅବମାନନା କଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ସୂଚନା ଦେଲେ ଚନ୍ଦନେଶ୍ୱର ମତ୍ସ୍ୟ ଅଧିକାରୀ ଅନନ୍ତ ଜେନା । ଭୋଗରାଇ ବ୍ଲକ ଅଧୀନରେ ରହିଛି ୪ ଟି ମତ୍ସ୍ୟ ଅବତରଣ କେନ୍ଦ୍ର ।