ଟାଉନ ଥାନାଞ୍ଚଳରେ ବେଆଇନ ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ଗିରଫ, ବ୍ରାଉନ ସୁଗର ଜବତ । ସଦର ଏସଡିପିଓ ତୁଫାନ ବାଗଙ୍କ ସୁଚନା ଅନୁ୍ୟାୟୀ, ବେଆଇନ ଭାବରେ ବ୍ରାଉନସୁଗାର କାରବାର ସମ୍ପର୍କରେ ଖବର ପାଇ ଫାଟକ ମାଲିପଡା ରୋଡରେ ପୋଲିସ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ମେହବୁବ ଆଲମ, ଏମଡି ଇମ୍ରାନ ଅଲ୍ଲୀ ଓ ବିଷ୍ଣୁ ମାନେ୍ଦକରଙ୍କୁ ଧରାଯାଇଥିଲା । ଚେକିଂ ସମୟରେ ସେମାନଙ୍କ ନିକଟରୁ ୧୨.୫ ଗ୍ରାମ ବ୍ରାଉନସୁଗାର, ୪ଟି ମୋବାଇଲ ଫୋନ ଏବଂ ୬ ହଜାର ଟଙ୍କା ପୁଲିସକୁ ମିଳିଥିଲା । ଏନେଇ ଏକ ମାମଲା ଟାଉନ ଥାନାରେ ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି ବୋଲି ଆଜି ରାତି 10