ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଠାରେ ଏକ ବୁଦ୍ଧିଜୀବୀ ସମାବେଶ ରେ ନୂତନ ଶିକ୍ଷାନୀତି ୨୦୨୦ ର ରୂପରେଖ ,ସମସ୍ୟା ଓ ପ୍ରୟୋଗାତ୍ମକ ଦିଗ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ବିଶିଷ୍ଟ ଶିକ୍ଷାବିତ ପ୍ରାକ୍ତନ କୁଳପତି ପ୍ରଫେସର ଦୀପକ କୁମାର ବେହେରା ହାଇସ୍କୁଲ ସ୍ତରରେ ନୂତନ ଶିକ୍ଷାନୀତି ର ସଫଳ ରୂପାୟନ ଓ ପ୍ରୟୋଗ ର ବିଭିନ୍ନ ଦିଗ ଉପରେ ଏକ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଜିଲ୍ଲା ପ୍ରଶାସନ ର ସହାୟତା ରେ ଲାଇବ୍ରେରୀ ତରଫରୁ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ କୁ ଆଗେଇନେବା ପାଇଁ ଉପସ୍ଥିତ ପ୍ରମ