ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ କର୍ଲିଆଡିହି ଗ୍ରାମ ସଂଲଗ୍ନ ଜଗଲ ରେ ୧୧ ଟିକିଆ ହାତୀ ପଲ ଗତ ପ୍ରାୟ ୮ ଦିନ ରୁ ଘୁରି ବୁଲୁଥିବା ବେଳେ ରାତି ହେଲେ ହାତୀ ମାନେ କ୍ଷେତରେ ପସି ଧାନ ଖାଇ ଦେଉଛନ୍ତି। ଫଳରେ ଚାଷୀ ମାନଙ୍କ ଏକଡ଼ ଏକଡ଼ ଧାନ ଫସଲ ନଷ୍ଟ ହୋଇଛି। ଅନ୍ୟ ପଟେ ଜଙ୍ଗଲି ବାରହା ମଧ୍ୟ ଖେତ ରେ ପଶି ଫସଲ ନଷ୍ଟ କରୁଛନ୍ତି। ଏହାର ସ୍ଥାୟୀ ପ୍ରତିକାର ସହ କ୍ଷତିପୂରଣ ଦେବା କୁ କ୍ଷତିଗ୍ରସ୍ତ ଚାଷୀ ମାନେ ରବିବାର ସନ୍ଧ୍ୟା ୬ ଟା ରେ ବନ ବିଭାଗ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।