ଧର୍ମଶାଳା: ଓଡିଶ ଗ୍ରାମରେ ବିଜେପିର ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧର୍ମଶାଳା ବ୍ଲକ ଅଧୀନସ୍ଥ ରସୁଲପୁର ବ୍ଲକ ଓଡିଶ ଗ୍ରାମରେ ବିଜେପି ବିଧାୟୀକା ପାର୍ଥିନି ତଥା ନାରୀନେତ୍ରୀ ସ୍ମୃତିରେଖା ପହିଙ୍କ ଉପସ୍ଥିତରେ ବିଜେପି ଦଳର ବରିଷ୍ଠ କର୍ମକର୍ତାଙ୍କ ମାନଙ୍କୁ ନେଇ ଏକ ବିଶେଷ ବୈଠକ ଓ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବିଶେଷ ବୈଠକରେ ଅର୍ତ୍ତିଆ କୁସୁନପୁର ଗ୍ରାମର ସଙ୍ଗଠକ ଅଜିତ ମହାରଣା ଏବଂ ତାଙ୍କ ସହକର୍ମୀମାନେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗଦେଇଥିଲେ ।