ଅନୁଗୋଳ: ଅନୁଗୋଳ ଥାନାରେ ସାମ୍ୱାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲେ ଅନୁଗୋଳ ଏସଡିପିଓ ରମାକାନ୍ତ ମହାଳିକ
Anugul, Angul | Sep 15, 2025 ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଅମଲାପଡା ଦୁର୍ଗା ପୂଜା ମଣ୍ଡପ ନିକଟରୁ ୧୨ ଗ୍ରାମ ରୁ ଅଧିକ ବ୍ରାଉନ ସୁଗାର ଜବତ ସହ ଜଣେ ଗିରଫ। ସୂଚନା ଯେ, ଆଜି ଦିନ ଦ୍ବିପ୍ରହର ବେଳେ ଅମଲାପଡା ଦୁର୍ଗାପୂଜା ମଣ୍ଡପ ପଛ ପାଖରେ ଅମଲାପଡା ଅଞ୍ଚଳର କିର୍ତ୍ତୀ ରଞ୍ଜନ ସାହୁ (୨୫) ନାମକ ଜଣେ ଯୁବକ ଗ୍ରାହକ ଅପେକ୍ଷା ରେ ଥିବା ବେଳେ ଟାଉନ ପୋଲିସ ମାଡ଼ି ବସିଥିଲା। ଯାହା ଫଳରେ କିର୍ତ୍ତୀ ଠାରୁ ୧୨ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ କରିବା ସହିତ କିର୍ତ୍ତୀ କୁ ଟାଉନ୍ ପୋଲିସ ଗିରଫ କରିଛି। ଜବତ ହୋଇଥିବା ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ଯ ୧ ଲକ୍ଷ ୩୦ ହଜାର ହେବ।