ହିଞ୍ଜିଳି: ହିଞ୍ଜିଳି କାଟୁ ବ୍ଲକ ଅନ୍ତର୍ଗତ ଦୂର୍ବନ୍ଧ ଗ୍ରାମପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଜଣ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି
Hinjili, Ganjam | Oct 13, 2025 ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ୬୯ ନମ୍ବର ଜୋନ ଦୂର୍ବନ୍ଧ ଗ୍ରାମ ପଞ୍ଚାୟତ ବୈଠକ ଗୃହରେ ହିଞ୍ଜିଳିକାଟୁ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀମତୀ ସୁଶ୍ରୀ ସାଗରୀକା ଷଡଙ୍ଗୀ ଙ୍କ ତତ୍ୱାବଦନ ରେ ସୋମବାର ଦିନାଙ୍କ 13/10/୨୦୨୫ ସକାଳ 11 ଘଣ୍ଟା ସମୟରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଏହାର ଆରମ୍ଭ ଦୂର୍ବନ୍ଧ୍ ପଞ୍ଚାୟତରେ ଆରମ୍ଭ ହୋଇଥିଲା । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ହିଞ୍ଜିଳି ୬୯ ଜୋନର ଜିଲ୍ଲା ପରିଷଦ ଶ୍ରୀମତୀ ପ୍ରୀତି ସାହୁ, ହିଞ୍ଜିଳି ତହସିଲଦାର ଯୋଗଦେଇଥିଲେ।