ବୌଦ୍ଧ ସଦର: ଆଡେଣୀ ଗଡ ଅଞ୍ଚଳର ବିଭିନ୍ନ ଦୋକାନ ଉପରେ ଗୁଟଖା ଚଢାଉ, ଜରିମାନା ଆଦାୟ
ମଙ୍ଗଳ ବାର ହରଭଙ୍ଗା ବ୍ଲକ ଆଡେଣୀ ଗଡ ଓ ମାଧପୁର ଅଞ୍ଚଳର ଗୁଟଖା ଓ ତମାଖୁ ଜାତୀୟ ସାମଗ୍ରୀ ବିକ୍ରୀ ହେଉଥିବା ବିଭିନ୍ନ ଦୋକାନ ଉପରେ ସ୍ବାସ୍ଥ୍ୟ ବିଭାଗ, ଅବକାରୀ ଓ ପୋଲିସର ମିଳିତ ଚଢାଉ କରାଯାଇଛି l ମୋଟ 10 ଗୋଟି ବିଭିନ୍ନ ଦୋକାନରେ ଚଢାଉ କରାଯାଇ ଗୁଟଖା ଓ ତମାଖୁ ଜାତୀୟ ସାମଗ୍ରୀ ଜବତ କରିବା ସହ 1900 ଟଙ୍କା ଜରିମାନା କରା ଯାଇଥିଲା l ଚଢାଉରେ ଜିଲ୍ଲା ପରାମର୍ଶ ଦାତା ସିତେସ୍ କୁମାର୍ ତ୍ରିପାଠୀ, ଖାଦ୍ୟ ସୁରକ୍ଷା ଅଧିକାରୀ ଧରଣୀ ଧର ନାଏକ, ଅବକାରୀ ଓ ପୋଲିସ ଅଧିକାରୀ ସାମିଲ୍ ହୋଇଥିଲେ |