କୁଚିଣ୍ଡା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଭାଷା ଉତ୍ସବ କାର୍ଯ୍ୟକ୍ରମ ଗୁରୁବାର ଉଦଯାପିତ ହୋଇଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମ ବିଗତ ଏକ ସପ୍ତାହ ଧରି ଚାଲିଥିବା ଭାରତୀୟ ଭାଷା ଉତ୍ସବ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ତ ଭାରତୀୟ ଭାଷାର ମାହାତ୍ମ୍ୟ ଓ ମାତୃ ଭାଷା ବିଷୟ ରେ ଆଲୋଚନା କରିଥିଲେ। ବକ୍ତୃତା ଓ ବହୁ ଭାଷୀ କବିତା ରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।