ମାହାଙ୍ଗା: ମାହାଙ୍ଗା ବ୍ଳକ ଅଳିଯୋଡ଼ା ଠାରେ ବିଜେଡି ପକ୍ଷରୁ ବିଧାୟକଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ।
ଆଜି ବୁଧବାର ଅପରାହ୍ନରେ ମାହାଙ୍ଗା ବ୍ଳକ ଅଳିଯୋଡ଼ା ଠାରେ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ। ମାହାଙ୍ଗା ବ୍ଲକର ୨୫ରୁ ଉର୍ଦ୍ଧ୍ଵ କଂଗ୍ରେସ ଓ ବିଜେପି କର୍ମୀ ନିଜ ଦଳ ପରିତ୍ୟାଗ କରି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।ବିଧାୟକ ସେମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି।