ବୀରମିତ୍ରପୁର: ନୂଆଗାଁ ବ୍ଲକରେ ଥିବା ଶକ୍ତି ନୂଆଗାଁ ବ୍ଲକ ମିଶନ ଶକ୍ତି ଭବନରେ ପି.ଏମଙ୍କ ଜନ୍ମଦିନ ତଥା ସୁଭଦ୍ରା ଯୋଜନା ବର୍ଷେ ପୂରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆଗାଁ ବ୍ଲକ ପରିସରରେ ଥିବା ଶକ୍ତି ନୂଆଗାଁ ବ୍ଲକ ମିଶନ ଶକ୍ତି ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ତଥା ସୁଭଦ୍ରା ଯୋଜନା ବର୍ଷେ ପୂରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବିଡ଼ିଓ ଜ୍ୟୋତି ବିକାଶ ଦାଶ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ।ଏଥିରେ ସିଡିପିଓ ସାବିତ୍ରୀ ରଣା,ଅଙ୍ଗନୱାଡ଼ି ସୁପରଭାଇଜର ଏଲିସାବା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ।ବିଡ଼ିଓ ସୁଭଦ୍ରା ଯୋଜନା ବିଷୟରେ ମହିଳା ଓ ମାଆମାନଙ୍କୁ କିପରି ସୁଫଳ ହେବ ସେ ବିଷୟରେ କହିଥିଲେ।