ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଓଲା ଡ୍ରାଇଭର ଅପହରଣ ଓ ମୃତ୍ୟୁ ଘଟଣା, 4ଜଣଙ୍କୁ ଗିରଫ ନେଇ ପୋଲିସ କମିସନର ଙ୍କ ଅଫିସରେ ସୁରେଶ ଦେବଦତ୍ତ ସିଂଙ୍କ ପ୍ରତିକ୍ରିୟା
ଓଲା ଡ୍ରାଇଭର ଅପହରଣ ଓ ମୃତ୍ୟୁ ଘଟଣା | 4ଜଣଙ୍କୁ ଗିରଫ କଲା ବଡଗଡ଼ ଥାନା ପୋଲିସ | ଗିରଫ ଅଭିଯୁକ୍ତ ମାନେ ହେଲେ ଏନ ଦିଲ୍ଲୀପ କୁମାର, ରମେଶ ଚନ୍ଦ୍ର ବେହେରା, କେ ରବୀନ୍ଦ୍ର ଏବଂ ଦୀପକ କୁମାର ସାହୁକାର | ସମସ୍ତ ଅଭିଯୁକ୍ତ ଙ୍କ ଘର ପାରଳାଖେମୁଣ୍ଡି ଅଞ୍ଚଳରେ | ଆତ୍ମହତ୍ୟା ପାଇଁ ପ୍ରବତାଇବା,ଅପହରଣ କରିବା, ନିର୍ଯ୍ୟାତନା ଦେବା ଓପ୍ରମାଣ ନଷ୍ଟ କରିବା ଅଭିଯୋଗ ରେ ଅଭିଯୁକ୍ତକୁ ବାନ୍ଧିଚି ପୋଲିସ | ଅପହରଣ ଘଟଣାରେ ଆହୁରି ଅଧିକ ଲୋକଙ୍କ ସମ୍ପୃକ୍ତି ସାମ୍ନା କୁ ଆସିଛି | ଅନ୍ୟ ଅଭିଯୁକ୍ତ ମାନେ ମଧ୍ୟ ଫେରାର ଅଛନ୍ତି | ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଆଡ଼େ ରେଡ କରୁଛି |