ଅବିଭକ୍ତ କୋରାପୁଟ ଜିଲ୍ଳାର ଉକ୍ରଳ ସମ୍ମିଳନୀ କର୍ମକର୍ତ୍ତା ମାନଙ୍କୁ ନେଇ ଆଜି ଏକ ଆଲୋଚନା ବୈଠକ ଆଜି ଦିନ 11ଟାରେ ଆରମ୍ଭ ହୋଇ ଅପରାହ୍ନ 4 ଟାରେ ଶେଷ ହୋଇଛି । ଜୟପୁର ଆମ୍ବେଦକର ଛକ ସ୍ଥିତ ଏକ ପ୍ୟାଲେସ୍ ଠାରେ କୋରାପୁଟ ଜିଲ୍ଲା ସଭାପତି ମଦନ ମୋହନ ନାୟକଙ୍କ ପୋ÷ରୋହିତ୍ୟରେ ଆୟୋଜିତ ଏହି ବୈଠକରେ କେନ୍ଦ୍ରୀୟ ସଂପାଦକ ବିରେନ୍ ମୋହନ ପଟ୍ଟନାୟକଙ୍କ ସହ ଭୃଗୁ ବକ୍ସିପାତ୍ର, ରାୟଗଡ଼ା ଜିଲ୍ଳା ସଭାପତି ବ୍ରଜ ସୁନ୍ଦର ନାୟକ, ପୂର୍ବତନ କେନ୍ଦ୍ରୀୟ ଉପସଭାପତି ବିନୋଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ଅବିଭକ୍ତ ଜିଲ୍ଳାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।