ବୁଧବାର କଣ୍ଟାମାଳ ବ୍ଲକ ଗିଧାମାଳ ଠାରେ ଚାଲିଥିବା ମା କନ୍ଧେନ ବୁଢୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି l ଉଦଯାପନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳର ପୂର୍ବତନ ବିଧାୟକ ମହୀଧର ରଣା ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବରେ ସମାଜସେବୀ ନିଲାଞ୍ଚଳ ଭୋଇ ଓ ଅନ୍ୟ ମାନେ ମଞ୍ଚାସୀନ ଥିଲେ | ଫାଇନାଲ ମ୍ୟାଚ ସେରଗଡ଼ ଓ କୁଲିଆ ବାହାଲ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା ଓ ସେରଗଡ଼ ଦଳ ଚାମ୍ପିଆନ ହୋଇଥିଲା |