ପୂଜାରୀଗୁଡା ରେ ଧାନ ଜମିରେ ଫାଟିଛି ମେଗା ଜଳ ଯୋଗଣ ପାଇପ,ନଷ୍ଟ ହେଉଛି ଚାଷୀଙ୍କ ଧାନ ତେନ୍ତୁଳିଖୁଣ୍ଟି ବ୍ଲକ ବାସୀଙ୍କ ପାଇଁ ସରକାର ମେଗା ପାନୀୟ ଜଳ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାଣିକୁ ବିଶୋଧନ କରି ପାନୀୟ ଜଳ ଭାବରେ ଛଡା ଯାଉଛି। ତେବେ ଏହି ପ୍ରକଳ୍ପ ର ରକ୍ଷଣା ବେକ୍ଷଣ ଅଭାବ ଦେଖାଦେଇଛି । ଫଳରେ ଅନେକ ସ୍ଥାନରେ ପାଇପ ଫାଟି ଅନବରତ ପାଣି ବୋହି ନଷ୍ଟ ହେବାରେ ଲାଗିଛି । ବିଶେଷ କରି ଧାନ ବିଲ ମଧ୍ୟରେ କୌଣସି କାରଣ ବଶତଃ ପାଇପ ଫାଟି ଯାଇଥିବାରୁ ଚାଷୀଙ୍କ ଧାନ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି ।