ଡା. ପଞ୍ଚାନନ ନାୟକ ସ୍ଥାନୀୟ ଫାର୍ମ ରୋଡ ସ୍ଥିତ ସଞ୍ଜୀବନୀ ହସ୍ପିଟାଲରୁ ରାତ୍ରି ପ୍ରାୟ ସାଢ଼େ ୭ଟା ସମୟରେ ବାହାରି ପାର୍କିଂ କରାଯାଇଥିବା ନିଜର କାର ନିକଟକୁ ଚାଲି ଚାଲି ଯାଉଥିଲେ । ସେହି ସମୟରେ ଏକ ଦ୍ରୁତଗାମୀ ବାଇକ ଓ ଏକ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକଟି ଛିଟିକି ଆସି ତାଙ୍କ ଦେହରେ ମାଡ ହେବାରୁ ସେ ମୁହଁ ମାଡି ତଳେ ପଡିଯାଇଥିଲେ । ଫଳରେ ତାଙ୍କର ମୁହଁ, ନାକ ଓ କାନ୍ଧ ଆଦିରେ ଗୁରୁତର ଆଘାତ ଲାଗିଥିଲା । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ସଞ୍ଜୀବନୀ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି ।