କୋରାପୁଟ ସହର: ଟାପାଯୋଡି ଛକରେ ୨ ବାଇକ ମୁହାଁମୁହିଁ ଧକ୍କା, ତିନି ଗୁରୁତର l
ଟାପାଯୋଡି ଛକରେ ୨ ବାଇକ ମୁହାଁମୁହିଁ ଧକ୍କା, ଏହି ଦୁର୍ଘଟଣାରେ ତିନି ଗୁରୁତର l ସମସ୍ତ ଗୁରୁତରଙ୍କୁ ଜୟପୁର ସ୍ଥାନାନ୍ତର l ଶନିବାର ରାତି 8 ଟା ସମୟରେ 326ନମ୍ୱର ଜାତୀୟ ରାଜପଥ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଟାପାଯୋଡି ଛକରେ ଏଭଳି ଅଘଟନ ଘଟିଛି l ବ୍ରହ୍ମଣିଗାଁର ସହଦେଵ ଗାଦବା ଏକାକୀ ବାଇକ ଯୋଗେ ଗୋବିନ୍ଦପାଲି ଠାରୁ ନିଜ ଘର ବ୍ରହ୍ମଣିଗାଁ ଯାଉଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ଧବୁଳୁ ଖିଲ ଏବଂ ଚମ୍ପା ଖିଲ ଆସୁଥିଲେ l ଟାପାଯୋଡ଼ି ଛକରେ ୨ ବାଇକ ମୁହାଁମୁହିଁ ଧକ୍କା ଫଳରେ ତିନି ଗୁରୁତର ଥିଲେ l ସମସ୍ତଙ୍କୁ ଜୟପୁର ସ୍ଥାନାନ୍ତରିତ କରାଯାଇଛି