ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂତନ କୋଠାକୁ ସ୍ଥାନାନ୍ତର ଦିନ ଠାରୁ ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇ ଆସୁଛି । ଉକ୍ତ ଦାବିରେ ଜିଲ୍ଲା ଯୁବ ଏକତା ମଂଚ ଆହ୍ୱାନ କ୍ରମେ ୧୨ ଘଂଟିଆ ଦେବଗଡ ବନ୍ଦ ପାଳନ, ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ବାଇକ ଶୋଭାଯାତ୍ରା ସମେତ ବିଭିନ୍ନ ଉପାୟରେ ଆନ୍ଦୋଳନ ଜାରି ରହିଛି । ଦିନକୁ ଦିନ ଏହା ଉଗ୍ର ରୂପ ନେଉଥିବା ବେଳେ କୌଣସି ସମାଧାନ ହୋଇ ପାରୁନାହିଁ । ଅନ୍ୟପଟେ ଯୁବ ସମାଜସେବୀ ଅର୍ଣ୍ଣବ ପଣ୍ଡା ୩୫ ଦିନ ହେଲା ପୁରୁଣା ଡାକ୍ତରଖାନା ପରିସରରେ ଧାରଣାରେ ବସିଛନ୍ତି ।