ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଠାରେ ତାଲୁକ ଆଇନ ସେବା ପ୍ରାଧିକରଣପକ୍ଷରୁ ୪ର୍ଥ ରାଷ୍ଟ୍ରୀୟ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ତାଲୁକ ଆଇନ ସେବା ପ୍ରାଧିକରଣ ଚେୟାରମ୍ୟାନ ତଥା ବିଚାରପତି ସୁଧାଶ୍ରୀ ସୁରଝଳିଆ ଅଧ୍ୟକ୍ଷତା କରିଥିଲେ। ଉକ୍ତ ଅଦାଲତରେ ବିଚାରପତିଙ୍କ ଦ୍ବାରା ୫୫ ଟି ବିଭିନ୍ନ କେଶର ବିଚାର କରାଯାଇ ଫଇସଲା ହୋଇଥିଲା । ଉକ୍ତ ଅଦାଲତରେ ଓକିଲ ସଙ୍ଘର ସଦସ୍ୟଗଣ ଓ କୋର୍ଟର କର୍ମଚାରୀମାନେ ଉପସ୍ଥିତ ଥିଲେ।