ଆଜି ରାତି ସାତଟା ବେଳେ ବିଜୁ ଏକ୍ସପ୍ରେସୱେ ଉପରେ ତଥା ଝାରମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ରାସ୍ତା କଡ଼ରେ ରହିଥିବା ଏକ ଗଛରେ ଧକ୍କା ଦେଇଥିଲା ଯାହା ଫଳରେ ବାଇକ ଚାଳକ ମହିପାନି ଗ୍ରାମ ର ବାସିଲ ବୁଡ଼ (୬୦) ଗୁରୁତର ଆହତ ହୋଇଛନ୍ତି। ଆରୋହୀ ଇତମା ନଡ଼ିଆ ପଡ଼ା ଗ୍ରାମ ର ପ୍ରଦିପ ମୁଣ୍ଡୁ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ବାସିଲ ଙ୍କୁ ବଡ଼ଗାଁ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସାପରେ ଅଧିକ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ବଡ଼ଗାଁ ପୋଲିସ ଘଟଣାର ଅଧିକ ଜାରି ରଖିଛି।